ଡାକ୍ତର ପଦବୀ ପୂରଣ ଦାବିରେ ଧାରଣା

ସୋର, ୨୩ା୧୧(ଡି.ଏନ୍‌.ଏ.)-ସୋର ସିଏଚ୍‌ସିରେ ଏବେ ଡାକ୍ତରଙ୍କ ପଦବୀ ଖାଲି ପଡିଥିବା ବେଳେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ସୋର ସମେତ ୭ଟି ବ୍ଲକର ଲକ୍ଷାଧିକ ରୋଗୀ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ। ଏଠାରେ ୮ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୨ ଜଣ ନିୟମିତ ଡାକ୍ତରଙ୍କୁ ନେଇ ଚିକତ୍ସା ସେବା ଚାଲିଛି। ଏଥିସହ ନିରାମୟ ଯୋଜନାରେ ମାଗଣାରେ ମିଳୁଥିବା ଔଷଧ ଠିକ୍‌ ଭାବେ ଲୋକଙ୍କ ପାଖରେ ଉପଲବ୍ଧ ହେଉନି। ଏହାର ପ୍ରତିବାଦ କରି ଶୁକ୍ରବାର ସୋର ଭାଜପା ପକ୍ଷରୁ ଶତାଧିକ କର୍ମୀ ଡାକ୍ତରଖାନା ସାମ୍ନାରେ ଗଣଧାରଣାରେ ବସିଥିଲେ। ସୋର ତହସିଲଦାର ଦେବୀପ୍ରସାଦ ଦାଶ ଧାରଣାକାରୀଙ୍କୁ ଭେଟି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ କଥା ହୋଇ ୭ ଦିନ ମଧ୍ୟରେ ଏହାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଜିଲା ଉପସଭାପତି ଈଶ୍ୱର ଚନ୍ଦ୍ର ବେହେରା, ମୃତ୍ୟୁଞ୍ଜୟ ଜେନା, ସଂଗ୍ରାମ କେଶରୀ ମହାପାତ୍ର, ମାଧବ ଧଡା , ଭଜହରି ପୃଷ୍ଟି, ସଞ୍ଜୀବ ରାଉଳ, ପୁରଞ୍ଜନ ପଣ୍ଡା ପ୍ରମୁଖ ଏହି ଧାରଣାର ନେତୃତ୍ୱ ନେଇଥିଲେ।