ଡାକ୍ତର ସି.ବି.କେ. ମହାନ୍ତି ହେଲେ ଡିଏମ୍‌ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୫ା୧୧: ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି) ନିର୍ଦ୍ଦେଶକ ଭାବେ ଡା ସି.ବି.କେ. ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଡା. ମହାନ୍ତିଙ୍କୁ ଡିଏମ୍‌ଇଟି ନିର୍ଦ୍ଦେଶକ ଭାବେ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ମିଳିବ। ଡା. ମହାନ୍ତି ବର୍ତ୍ତମାନ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ (ଇନ୍‌ଚାର୍ଜ) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଡା. ସରୋଜ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଡା. ସାହୁ ଏବେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଜରି ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକ ମେଡିକାଲ କଲେଜ ଓ ହସ୍ପିଟାଲ ଇନ୍‌ଚାର୍ଜ ସୁପରିଣ୍ଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରିବେ।

Share