ଡାକ ପାର୍ସଲ କଣ୍ଟେନରରେ ଗୋରୁ ଚାଲାଣ

ସିମୁଳିଆ,୨୧ା୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂର ୧୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଡାକ ପାର୍ସଲ କଣ୍ଟେନର(ଟିଏସ-୧୨ ଏଚଏ ୪୮୦୮)ରୁ ୫୦ ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି। ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକ ପଛପଟେ ଗୋରୁ ବୋଝେଇ କଣ୍ଟେନରଟି ପିଟି ହୋଇଯିବାରୁ ଗୋରୁଗୁଡ଼ିକ ଭୟରେ ରଡ଼ି କରିଥିଲେ। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରୁ ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି।