ଡାକ ବିଭାଗ ଚିଠି ଶଟିଂରେ ତ୍ରୁଟି: ଗଞ୍ଜାମ ଥାନା ଚିଠି ପହଞ୍ଚିଲା ହିଞ୍ଜିଳି ଥାନାରେ

ହିିଞ୍ଜିଳିକାଟୁ, ୧୯ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିିଳିକାଟୁ ଡାକ ବିଭାଗ କାର୍ଯ୍ୟାଳୟରେ ଚିଠି ଶଟିଂରେ ତ୍ରୁଟି ହେତୁ ଏକ ରେଜିଷ୍ଟ୍ରି ଚିଠି ଗଞ୍ଜାମ ଥାନା ପରିବର୍ତ୍ତେ ହିଞ୍ଜିିଳି ଥାନାରେ ପହଞ୍ଚିଛି। ଏହା ପରେ କାର୍ଯ୍ୟାଳୟରେ ଖାମଖିଆଲ ଭାବେ ଚିଠି ପ୍ରଦାନ କରାଯାଉଥିବା ସ୍ପଷ୍ଟ ହୋଇଛି।
ଏକ ଜରୁରୀ କାମରେ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଏକ ରେଜିଷ୍ଟ୍ରି ଚିଠି ହିଞ୍ଜିଳିକାଟୁ ଡାକଘରୁ ଗଞ୍ଜାମ ଥାନାକୁ ପଠାଯାଇଥିଲା। ତେବେ ଚିଠିଟି ଗଞ୍ଜାମ ଥାନା ବଦଳରେ ହିଞ୍ଜିଳି ଥାନାରେ ବୁଧବାର ପହଞ୍ଚିଥିଲା। ଏ ନେଇ ପ୍ରେରକଙ୍କ ଅଭିଯୋଗ ପରେ ଚିଠି ଶଟିଂ ବେଳେ ତ୍ରୁଟିଥିବା ଜଣାପଡ଼ିଛି। ପୁଣି ଚିଠିିକୁ ଗଞ୍ଜାମ ଥାନା ଅଞ୍ଚଳକୁ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ପୋଷ୍ଟମାଷ୍ଟର ରତିକାନ୍ତ ପଣ୍ଡା କହିଛନ୍ତି।