Categories: ଜାତୀୟ

ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !

ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ମିଶ୍ରଣ କରିବା ପାଇଁ ଯୋଜନା କରିଥିବା କୁହାଯାଉଛି। ଏସମ୍ପର୍କରେ ଲୋକସଭାରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ୍‌ ସୂଚନା ଦେଇଛନ୍ତି। ସଂସଦରେ ଏନେଇ ଆସନ୍ତା ସପ୍ତାହରେ ଏକ ପ୍ରସ୍ତାବ ଆସିପାରେ ବୋଲି ସେ କହିଛନ୍ତି। ଗୁଜରାଟର ପଶ୍ଚିମ ଉପକୂଳ ଅଞ୍ଚଳରେ ଥିବା ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ମିଶ୍ରଣ ଦ୍ୱାରା ପ୍ରଶାସନିକ ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଥିବା ସେ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଦାଦର-ନଗର ହବେଲିରେ ଗୋଟିଏ ଜିଲା ଥିବାବେଳେ ଡାମନ୍‌-ଡିୟୁରେ ୨ଟି ଜିଲା ରହିଛି।

Share