Categories: ବାଣିଜ୍ୟ

ଡାର୍କନେଟ୍‌ରେ ୧ ଲକ୍ଷ ଲୋକଙ୍କ ଡାଟା

ନୂଆଦିଲ୍ଲୀ,୪।୬: ୧ ଲକ୍ଷରୁ ଅଧିକ ଲୋକଙ୍କ ଆଧାର, ପାନ୍‌ ଏବଂ ପାସ୍‌ପୋର୍ଟ ସମେତ ଅନ୍ୟ ତଥ୍ୟର ସ୍କାନ୍‌ ନଥି ଡାର୍କନେଟ୍‌ରେ ବିକ୍ରି ଲାଗି ଉପଲବ୍ଧ ରହିଛି। ସାଇବର ସୁରକ୍ଷା ସମାଧାନ ପ୍ରଦାନ କରୁଥିବା କମ୍ପାନୀ ସାଇବଲ ପକ୍ଷରୁ ଏଭଳି ଦାବି କରାଯାଇଛି। ଡାର୍କ ନେଟ୍‌ ସାମାନ୍ୟ ସର୍ଚ୍ଚ ଇଞ୍ଜିନଠାରୁ ଭିନ୍ନ ରହିଥାଏ। ଏହାକୁ ବ୍ୟବହାର କରିବା ଲାଗି ବିଶେଷ ସଫ୍ଟଓ୍ବେରର ଆବଶ୍ୟକତା ରହିଥାଏ। ଏହି ଡାର୍କନେଟ୍‌କୁ ଆତଙ୍କୀ ତଥା ଅନ୍ୟ ଖଳପ୍ରକୃତିର ବ୍ୟକ୍ତିବିଶେଷ ବ୍ୟବହାର କରିଥାନ୍ତି। ରିପୋର୍ଟରେ କୁହାଯାଇଛି ଯେ ହୁଏତ ତୃତୀୟ ପକ୍ଷଠାରୁ ଏହି ଡାଟା ଆସିଥାଇପାରେ। ଏଭଳି ଭାବେ ଭାରତୀୟଙ୍କ ଡାଟା ଖୁଲମଖୁଲା ବିକ୍ରି ଲାଗି ଉପଲବ୍ଧ ହେଉଥିବା ନଜରକୁ ଆସିଛି।

Share