Categories: ଜାତୀୟ

ଡାଲି ଖାଇବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ, ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନ ସରକାର

ଇସ୍‌ଲାମାବାଦ, ୧୮।୮: ପାକିସ୍ତାନର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡିଛି। ଦେଶରେ ଡାଲି, ଚାଉଳ ଏବଂ ପନିପରିବା ଦର ଆକାଶଛୁଆଁ ହୋଇଛି। କିନ୍ତୁ ଇମ୍ରାନ ଖାନ୍‌ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପାକିସ୍ତାନରେ ସାଧାରଣ ବ୍ୟକ୍ତିଟିଏକୁ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ କିଣିବା କଷ୍ଟକର ହୋଇପଡିଛି। ବୁଟ ଡାଲି କିଲୋ ପିଛା ୧୮୦ ଟଙ୍କା, ମୁଗ ଡାଲି ୧୭୦, ହରଡ଼ ୧୭୦ ଟଙ୍କାରେ ବିକ୍ରି ହେଉଛି। ଏକ ଲିଟର କ୍ଷୀର ଦାମ୍‌ ୧୦୦ରୁ ୧୨୦ଟଙ୍କାରେ ପହଞ୍ଚିଥିବାବେଳେ ଚିନି କିଲୋ ପିଛା ୮୦ଟଙ୍କା, ଗୋଟିଏ ନାନ୍‌ ରୁଟି ୪୦ ଟଙ୍କାରେ ବିକ୍ରି ହେଉଛି। ସୂଚନାଯୋଗ୍ୟ, ଜମ୍ମୁ -କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ।

Share