ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌ କେବଳ ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଙ୍କ ନିମନ୍ତେ ଉପାୟ ବାହାର କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ମାନେ ଅଫ୍‌ ଷ୍ଟମ୍ପ୍‌ରେ ବୁମରାଙ୍କ ବିପକ୍ଷରେ ଖେଳିବା ଦରକାର। ସେଠାରୁ ପଛକୁ ଘୁଞ୍ଚତ୍ ସ୍କୋୟାର ଲେଗ୍‌ ଅଞ୍ଚଳକୁ ଖେଳିହେବ। ଆଉ କୌଣସି ଶଟ୍‌ ଅଫ୍‌ ସାଇଡ୍‌କୁ ନ ଖେଳିଲେ ଡାହାଣହାତୀ ବ୍ୟାଟ୍ସମ୍ୟାନ ବୁମରାଙ୍କ ସମ୍ମୁଖରେ ଛିଡ଼ା ହୋଇପାରିବେ ବୋଲି ପିଟରସନ ଟୁଇଟ୍‌ କରିଛନ୍ତି। ଆଇସିସି ଶୀର୍ଷ ର଼୍ୟାଙ୍କଧାରୀ ଦିନିକିଆ ବୋଲର ବୁମରା ଦୁଇ ଓପନରଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଦଳକୁ ବ୍ୟାକ୍‌ଫୁଟ୍‌ ଠେଲି ଦେଇଥିଲେ। ବୁମରା ୩୫ ରନ୍‌ ବ୍ୟୟ କରି ୨ ଉଇକେଟ ଓ ୟୁଜବେନ୍ଦ୍ର ଚହଲ ୫୧ ରନ୍‌ ଖର୍ଚ୍ଚକରି ୪ ଉଇକେଟ ଦଖଲ କରିଥିଲେ। ଫଳରେ ଦକ୍ଷିଣ ଅଫ୍ରିକା ୨୨୭ ରନ୍‌ରେ ସୀମିତ ରହିଥିଲା। ୨୫ ବର୍ଷୀୟ ଅହମ୍ମଦାବାଦା ପେସରଙ୍କୁ ଅନ୍ୟତମ ଡେଥ ଓଭର ସ୍ପେଶାଲିଷ୍ଟ ବିବେଚନା କରାଯାଉଛି।

Share