ଜାମସେଦ୍ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ ସିଂହଭୂମ ଜିଲାରେ ଘଟିଛି। ଏଠାକାର ମାଓବାଦୀ ପ୍ରବଣ ଅଞ୍ଚଳ ଗୁଦଡ଼ି ଥାନା ଅନ୍ତର୍ଗତ ରୋଓ୍ବାବଳୀ ଗାଁରେ ଡାହାଣୀ ସନ୍ଦେହରେ ଗୋଟିଏ ପରିବାର ମା’ ଏବଂ ନାବାଳିକା କନ୍ୟାଙ୍କୁ ଗ୍ରାମବାସୀ ଠେଙ୍ଗାରେ ନିସ୍ତୁକ ପିଟିବା ସହିତ ସେମାନଙ୍କର ଗଳାକାଟି ହତ୍ୟା କରିଛନ୍ତି। ମା’ ଏବଂ ନାବାଳିକା କନ୍ୟାଙ୍କ ହାତ ଗୋଡ଼କୁ ଗ୍ରାମବାସୀ ଧାରୁଆ ଅସ୍ତ୍ରରେ କାଟିଥିବା ପୋଲିସ କହିଛି। ତେବେ ଏହି ପରିବାରର ବାପା ସୁଭାଷ ଖଣ୍ଡାଇତ ଏବଂ ନାବାଳକ ପୁଅ ଭୟରେ ଘରୁ ବାହାରି ପଳାଇଯାଇ ବହୁ କଷ୍ଟରେ ଜୀବନ ବଞ୍ଚାଇଥିବା କୁହାଯାଉଛି। ସୁଭାଷଙ୍କ ଅଭିଯୋଗ ଆଧାରରେ ଚକ୍ରଧରପୁର ଡିଏସ୍ପି ଆନନ୍ଦ ମୋହନ ସିଂ ଏବଂ ଥାନା ଅଧିକାରୀ ମନୋଜ କୁମାର ଗୁପ୍ତା ଘଟଣାର ତଦନ୍ତ ଜାରି ରଖିଛନ୍ତି।