Categories: ଜାତୀୟ

ଡିଆର୍‌ଡିଓ ଭବନରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ,ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌ ଭଦୌରିୟା ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ପ୍ରମୁଖ ମିଶାଇଲ୍‌ ମ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୩୧ ଅକ୍ଟୋବର ୧୫ରେ କଲାମ ତାମିଲନାଡୁର ରାମେଶ୍ୱରମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ୮୩ ବର୍ଷ ବୟସରେ ୨୦୧୫ ଜୁଲାଇ ୨୭ରେ ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିଲା।

Share