ଖୋର୍ଦ୍ଧା ଅଫିସ,୨୬।୫ : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ଆଇସୋଲେଶନ କେନ୍ଦ୍ରରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଅସୁସ୍ଥ ହୋଇପଡ଼ିବାରୁ ଗତ ୨୪ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୋମବାର ଅପରାହ୍ନ ୪ଟାରେ ପୁଣିଥରେ ଦେହ ଖରାପ ହେବାରୁ ମେଡିକାଲ ଯାଇଥିଲେ। ତାଙ୍କୁ ଆଇସୋଲେଶନରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସେଠାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି