ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନୋଟିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ବୁଧବାର ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେସି ଶତପଥୀଙ୍କୁ ନୋଟିସ ଜାରି କରାଯାଇଛି। ୨୦୧୮-୧୯, ୨୦୧୯-୨୦ ବର୍ଷରେ ଆର୍‌ଟିଇ ଆକ୍ଟ ଉଲ୍ଲଂଘନ ନେଇ ଏହି ନୋଟିସ ଜାରି କରାଯାଇଛି। ଇଡବ୍ଲୁ/ଡିଜି କାଟାଗୋରିରେ ସାଧାରଣ ବର୍ଗ ପିଲାଙ୍କ ନାମ ଲେଖା ଯାଇଥିବା ଓଡ଼ିଶା ଅଭିଭାବକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ଓଏସ୍‌ସିପିସିଆର୍‌ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି।

Share