Categories: ଖେଳ

ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍‌

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍‌ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ ଆସୋସିଏଶନ ତତ୍ତ୍ୱାବଧାନରେ ବନ୍ଧୁକ ଚାଳନା ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ହୋଇଛି। ଏହି ମିଟ୍‌ର ବାଳକ ୧୦ ମିଟର ଏୟାର ରାଇଫଲ ପିପ୍‌ ସାଇଟ୍‌ରେ ଅଂଶୁମାନ ନାୟକ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ବାଳକ ୧୦ ମିଟର ଏୟାର ପିସ୍ତଲରେ ପ୍ରିୟରଞ୍ଜନ ମିଶ୍ର, ଅମିତ କୁମାର ହୋତା ଓ ପ୍ରଦୀପ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ବାଳିକା ୧୦ ମିଟର ଏୟାର ରାଇଫଲ ପିପ୍‌ ସାଇଟ୍‌ରେ ତନିସ୍କା ସାମନ୍ତ, ମାନ୍ୟତା ସିଂ ଓ ଅନ୍ବେଷା ଦାସ ପ୍ରଥମ ତିନିସ୍ଥାନ ଅଧିକାର କରିଛନ୍ତି। ୧୦ ମିଟର ଏୟାର ରାଇଫଲ ଓପନ ସାଇଟ୍‌ରେ ପି. ସାଇଲକ୍ଷ୍ମୀ ପ୍ରଥମ ଓ ଡି. ହର୍ଷିତା ଦ୍ୱିତୀୟ ସ୍ଥାନ ପାଇଛନ୍ତି। ବାଳିକା ୧୦ ମିଟର ଏୟାର ପିସ୍ତଲରେ ଶୃତି ପାତ୍ରୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗୀମାନେ ଜାତୀୟ ଡିଏଭି ମିଟ୍‌କୁ ଉନ୍ନୀତ ହୋଇଛନ୍ତି। ଆୟୋଜକ ୟୁନିଟ-୮ ଡିଏଭି ସ୍କୁଲର ପ୍ରିନ୍ସିପାଲ ଇପ୍‌ସିତା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସ୍କୁଲର ଖେଳ ପ୍ରଶିକ୍ଷକ କେ.ସି. ଦାସ, ରାଇଫଲ ଆସୋସିଏଶନର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଭଳଭଦ୍ର ଦାସ, ଆଶିଷ ନାୟକ, ଗୌରୀ ମହାନ୍ତି, ପାର୍ଥ ସାରଥି ଜେନା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।
ରୋଲର ସ୍କେଟିଂ
ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ(ଓଆରଏସଏ) ତତ୍ତ୍ୱାବଧାନରେ ରୋଲର ସ୍କେଟିଂ ଜୋନାଲ ମିଟ୍‌ ସଫଳତାର ସହ ଡିଏଭି ଚନ୍ଦ୍ରଶେଖରପୁରରେ ଆୟୋଜିତ ହୋଇଛି। ଏହି ମିଟ୍‌ରେ ୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ଡିଏଭି ପୋଖରିପୁଟ ୧୪ ପଏଣ୍ଟ ସହ ଚାମ୍ପିୟନ ଏବଂ କଳିଙ୍ଗ ନଗର ୧୧ ପଏଣ୍ଟ ପାଇ ରନର୍ସଅପ୍‌ ହୋଇଥିଲା। ବାଳିକା ବିଭାଗରେ ୟୁନିଟ-୮ ଡିଏଭି ୧୫ ପଏଣ୍ଟ ସହିତ ଚାମ୍ପିୟନ ଏବଂ ପୋଖରିପୁଟ ୧୪ ପଏଣ୍ଟ ସହ ରନର୍ସଅପ୍‌ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଆୟୋଜକ ୟୁନିଟ-୮ ଡିଏଭି ପ୍ରିନ୍ସିପାଲ ଇପ୍‌ସିତା ଦାସ, ଡିଏଭି ଚନ୍ଦ୍ରଶେଖରପୁର ପ୍ରିନ୍ସିପାଲ କେ.ସି. ଶତପଥୀ, ଫିଜିକାଲ ଏଜୁକେଶନ ଶିକ୍ଷକ କିଶୋର ଚନ୍ଦ୍ର ଦାସ, ଆନନ୍ଦ ଚନ୍ଦ୍ର ଦାସ, ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ସମ୍ପାଦକ ପାର୍ଥସାରଥି ଜେନା ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share