Categories: ଜାତୀୟ

ଡିଏମ୍‌କେ ବିଧାୟକ କେପିପି ସାମୀଙ୍କ ପରଲୋକ

ଚେନ୍ନାଇ,୨୭।୨: ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ବିଧାୟକ କେପିପି ସାମୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ୨୦୦୬-୧୧ ପର୍ଯ୍ୟନ୍ତ ଡିଏମ୍‌କେ ସରକାରରେ ସେ ମନ୍ତ୍ରୀଥିଲେ। ଥିରୁଭୋଟିୟୁର ବିଧାନସଭା ଆସନରୁ ଦ୍ୱିତୀୟ ଥର ଲାଗି ସେ ନିର୍ବାଚିତ ହୋଇଥିଲେ। ସାମୀଙ୍କ ମୃତ୍ୟୁରେ ଦଳ ଜଣେ ଟାଣୁଆ ନେତାଙ୍କୁ ହରାଇଲା।

Share