Categories: ଜାତୀୟ

ଡିଏଲ୍‌ ବା ଆର୍‌ସି ନ ଥିଲେ ତୁରନ୍ତ ଟ୍ରାଫିକ ପୋଲିସ କାଟି ପାରିବନି ଚାଲାଣ

ନୂଆଦିଲ୍ଲୀ,୫।୯: ଏବେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଲୋକେ ପୂର୍ବାପେକ୍ଷା ବହୁଗୁଣା ଅଧିକ ଜରିମାନା ଦେଉଥିବା ଗତ ୩ ଦିନ ହେବ ଦେଖିବାକୁ ମିଳିଛି। ଏମିତିକି ଗାଡିର ଦାମ୍‌ ଅପେକ୍ଷା ଲୋକଙ୍କ ଉପରେ ଚାଲାଣର ଦାମ୍‌ ବହୁ ଅଧିକ ହୋଇଯାଉଛି। ନିକଟରେ ସୁପ୍ରମିକୋର୍ଟର ସିନିୟର ଆଡଭୋକେଟ ବିନୟ କୁମାର ଗର୍ଗ ଓ ରୋହିତ ଶ୍ରୀବାସ୍ତବ କହିଛନ୍ତି ଯଦିଓ ପୋଲିସ କାହାକୁ ଯାଞ୍ଚ ସମସୟରେ ଧରିଛନ୍ତି ତେବେ ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ୧୫ ଦିନ ପର୍ଯ୍ୟନ୍ତ ଚାଲାଣ କାଟିପାରିବ ନାହିଁ। ଅର୍ଥାତ୍‌ ଯେଉଁମାନଙ୍କ ନିକଟରେ ଆର୍‌ସି, ଡିଏଲ୍‌, ଇନ୍ୟୁରାନ୍ସ, ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍‌ ସାର୍ଟିଫିକେଟ ଓ ପରମିଟ୍‌ ସାର୍ଟିଫିକେଟ ନାହିଁ ତେବେ ସେମାନେ ୧୫ ଦିନ ମଧ୍ୟରେ ଏସବୁ ଦାଖଲ କରିବାକୁ କହୁଛନ୍ତି ତେବେ ଟ୍ରାଫିକ ପୋଲିସ ସେମାନଙ୍କ ନାଁରେ ଚାଲାଣ କାଟି ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର କେତେଜଣ ବରିଷ୍ଠ ଓକିଲ।

Share