ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଏବେ ପଦାକୁ ଆସୁଛି। ଲୋକଙ୍କୁ ସାମାଜିକ ସୁବିଧା ଯୋଗାଇବା ଦାୟିତ୍ୱରେ ନିୟୋଜିତ କର୍ମଚାରୀ ସରକାରୀ ଅର୍ଥ ଆତ୍ମସାତ୍‌ କରି ବର୍ଷ ବର୍ଷ ଧରି ତିଷ୍ଠି ରହିଲେ ମଧ୍ୟ ପ୍ରଶାସନ କିପରି ଜାଣିପାରୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ପଞ୍ଚାୟତରେ ଜଣେ ଜଣେ ପିଇଓ କୋଟି କୋଟି ଟଙ୍କା ଆତ୍ମସାତ୍‌ କରୁଥିଲେ ସୁଦ୍ଧା ପ୍ରଶାସନ ଏହାର ଟେର ପାଉନାହିଁ। ଆଉ ଯେତେବେଳେ ଟେର ପାଉଛି ସେତେବେଳକୁ ଦିଅଁ-ଖଟୁଳି ଆଉ କିଛି ନ ଥାଉଛି। କଳାହାଣ୍ଡି ଜିଲାରେ ଘଟିଥିବା ଏଭଳି କିଛି ବହୁଚର୍ଚ୍ଚିତ ଘଟଣା ଏବେ ଆଲୋଚନାର ବିଷୟ ହୋଇଛି। ଜଣେ ପିଇଓ ଇତିମଧ୍ୟରେ ପ୍ରାୟ ୫କୋଟି ଟଙ୍କା ସରକାରୀ ଅର୍ଥ ନିଜ ଆକାଉଣ୍ଟକୁ ନେଇ ଧରାପଡି ବର୍ତ୍ତମାନ ଜେଲ ଯାଇଛନ୍ତି। ଜିଲାରେ ଏହିପରି ଅନେକ ଘଟଣା ଲୋକଲୋଚନକୁ ଆସିପାରୁନାହିଁ। କିଛି ଘଟଣା ଜଣାପଡିବା ପରେ ଜିଲା ପ୍ରଶାସନ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଚୁପ ରହୁଛି। ତେବେ ପିଇଓମାନେ ଅନେକ ସମୟରେ ଡ଼ିଜିଟାଲ ସିଗ୍‌ନେଚର ସାର୍ଟିଫିକେଟ (ଡିଏସ୍‌ସି)କୁ ଅବବ୍ୟବହାର କରି ପଞ୍ଚାୟତରେ ବିଭିନ୍ନ ହିତାଧିକାରୀଙ୍କୁ ବଣ୍ଟାଯିବାକୁ ଥିବା ଟଙ୍କା ସହଜରେ ଆତ୍ମସାତ୍‌ କରିଚାଲିଛନ୍ତି। ଏହି ଡିଏସ୍‌ସି ପାଇଁ ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ ଜରୁରୀ ହୋଇଥାଏ। ତେଣୁ ଯେଉଁଠି ସରପଞ୍ଚ ପିଇଓଙ୍କୁ ଭରସା କରି ଦସ୍ତଖତ ମାରିଛନ୍ତି ସେଠାରେ ଟଙ୍କା ସହଜରେ ପିଇଓ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ ପଚାରିବାରେ ସେ କହିଛନ୍ତି, ଡିଏସ୍‌ସି ବ୍ୟବସ୍ଥା ଭିତରେ ପଶିବା କଷ୍ଟକର ବ୍ୟାପାର। ତନ୍ନ ତନ୍ନ କରି ଯାଞ୍ଚ ହେବାର ଆବଶ୍ୟକ ଥିଲା। ଅଧିକାଂଶ କେସ୍‌ ୨୦୧୬ ମସିହାରୁ ଆରମ୍ଭ ହୋଇ ୨୦୨୨ ମଧ୍ୟରେ ହୋଇଛି। ମୁଁ ବର୍ତ୍ତମାନ ନୂଆକରି ଦାୟିତ୍ୱ ଗ୍ରହଣ କରିଛି। ଗ୍ରାମ ରୋଜଗାର ସେବକ ହୁଅନ୍ତୁ କି ଗ୍ରାମ ପଞ୍ଚାୟତ ଅଧିକାରୀ ଯେଉଁମାନେ ଥିଲେ ସେମାନେ କେମିତି କିଛି ଜାଣିପାରୁ ନ ଥିଲେ। ଟଙ୍କା ହିତାଧିକାରୀ ପାଇଛନ୍ତି କି ନାହିଁ ତାହା କାହିଁକି ଅନୁଧ୍ୟାନ କରୁ ନ ଥିଲେ ବୋଲି ପ୍ରଶ୍ନ ଉଠୁଛି।
ସାଧାରଣ ଜଣେ ପିଇଓ କୋଟି କୋଟି ଟଙ୍କା ଆତ୍ମସାତ କରିବାର ବାଟ ବନ୍ଦ କରିବାକୁ ସାମାନ୍ୟତମ ପ୍ରୟାସ କରାଯାଇନାହିଁ, ଯାହା ସମସ୍ତଙ୍କୁ ଆଲୋଚନା ପାଇଁ ଖୋରାକ ଯୋଗାଉଛି। କିନ୍ତୁ ଭିଜିଲାନ୍ସ ହାବୁଡ଼ରେ ଯେଉଁ ଦୁର୍ନୀତି ଖବର ପଡିଛି ସେଥିରେ କେବଳ ଧରପଡି ଜେଲ ଯାଇଛନ୍ତି। ୨୦୨୩ରୁ ୨୦୨୫ ମଧ୍ୟରେ ଭିଜିଲାନ୍ସ ଦ୍ୱାରା କେତେକ ଧରାଯାଇଛି। ସେଥିମଧ୍ୟରୁ ପିଇଓ ଦେବାନନ୍ଦ ସାଗର ଅନ୍ୟତମ। ଲାଞ୍ଜିଗଡ ବ୍ଲକ ପାହାଡ଼ପଦର ପଞ୍ଚାୟତରେ ପିଇଓ ଥିବା ଦେବାନନ୍ଦ ୨୦୨୩ରେ ୪୭,୧୭,୯୭୯ ଟଙ୍କା ସରକାରୀ ଅର୍ଥ ହେରଫେର କରିଥିଲେ। ପରେ ଥୁଆମୂଳ ରାମପୁର ବ୍ଲକର ବଡଛତରଙ୍ଗ ପିଇଓ ଦାୟିତ୍ୱରେ ଥିବାବେଳେ ୨୨,୭୬,୧୦୮ ଟଙ୍କା ଆତ୍ମସାତ୍‌ କରିଥିଲେ। ଉକ୍ତ ବ୍ଲକର ବିରିକୋଟ ପଞ୍ଚାୟତରୁ ୩୪,୯୭,୪୨୦ ଟଙ୍କା ଆତ୍ମସାତ୍‌ କରିଥିଲେ ପିଇଓ ଦେବାନନ୍ଦ। ପୁଣିଥରେ ୨୦୨୫ ମାର୍ଚ୍ଚ ୨୨ରେ ପାହାଡ଼ପଦର ଓ ତଳନେଗୀ ପଞ୍ଚାୟତରୁ ୩ କୋଟି ୨୬ ଲକ୍ଷ ଟଙ୍କା ଡିଏସ୍‌ସିକୁ ଆଧାର କରି ସରକାରୀ ଅର୍ଥ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ସେହିଭଳି ଗତବର୍ଷ କେସିଙ୍ଗା ବ୍ଲକର ସିର୍ଜାପାଲି ପଞ୍ଚାୟତର ପୂର୍ବତନ ପିଇଓ ରୂପଧର ମାଝୀ ୧୦ ଲକ୍ଷ ଟଙ୍କା ହେରଫେର କରି ଭିଜିଲାନ୍ସ ଦ୍ୱାରା ଧରା ପଡିଥିଲେ। ପୁଣି ଥୁଆମୂଳ ରାମପୁର କାଣୀଗୁମା ପଞ୍ଚାୟତର ପୂର୍ବତନ ପିଇଓ ସନ୍ୟାସୀ ନାଏକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ। ପରେ ଭିଜିଲାନ୍ସ ବିଭାଗ ସନ୍ୟାସୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଖୋଳତାଡ଼ କରିଥିବାବେଳେ ୬୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡ଼ିଥିଲା। ଏପରିକି ଗରିବ ଲୋକଙ୍କ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ବି ପିଇଓମାନେ ଲୁଟି ନେବାର ପ୍ରୟାସ କିଛି କମ ନୁହେଁ। ଜିଲାର ବିଭିନ୍ନ ପଞ୍ଚାୟତରେ ଏଭଳି ପିଇଓମାନଙ୍କ କାରନାମା ବଳବତ୍ତର ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ କାହିଁକି ଅଙ୍କୁଶ ଲଗାଯାଇ ପାରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri