ଡିଏସ୍‌ଡବ୍ଲ୍ୟୁଓ ନିଲମ୍ବିତ

ମାଲକାନଗିରି, ୧୫ା୧(ସ୍ବ.ପ୍ର.): ମାଲକାନଗିରି ଡିଏସ୍‌ଡବ୍ଲ୍ୟୁଓଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅନିୟମିତତା, ମାଲକାନଗିରି ସିଡିପିଓ ବିପୁଳା ସରକାରଙ୍କୁ ପଦୋନ୍ନତିରେ ସହଯୋଗ କରିବାରେ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଛି। ଗତ କିଛିଦିନ ତଳେ ତାଙ୍କ ବିରୋଧରେ ଦୁର୍ନୀତି, ପିସି କାରବାର ଓ ନିଜ ପଦବୀରୁ ଫାଇଦା ଉଠାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଜିଲାପାଳ ତାଙ୍କୁ ନିଲମ୍ବନ କରିଥିଲେ। ସେ ପଡିଆ ଏବଂ କୋରକୋଣ୍ଡାରେ ସୁପରଭାଇଜର ଥିବାବେଳେ ବହୁ ଦୁର୍ନୀତିରେ ଲିପ୍ତ ଥିବାରୁ ଏକାଧିକ ଥର ନିଲମ୍ବିତ ମଧ୍ୟ ହୋଇଥିଲେ । ଏହାର ତଦନ୍ତ ରିପୋର୍ଟ ଜିଲାପାଳ ରାଜ୍ୟ ସରକାରଙ୍କୁ ଦେଇଥିଲେ।

Share