ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର (ନାଉପାଳ) ଗ୍ରାମର ଜଣେ ବ୍ୟବସାୟୀ ବୁଧବାର ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଗାଡି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ସନ୍ଧ୍ୟା ସୁଦ୍ଧା ଦୁର୍ବୃତ୍ତଙ୍କ କୌଣସି ଖୋଜଖବର ମିଳି ନ ଥିବା ଜଣାପଡିଛି। ପ୍ରକାଶ ଯେ, କ୍ଷିତୀଶ ଅପରାହ୍ନରେ ବାରବାଟୀ ୟୁକୋ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟିରେ ଟଙ୍କା ରଖି ଘରକୁ ଆସିଥିଲେ। ଘର ଆଗରେ ଗାଡି ରଖି ଭିତରକୁ ଯାଇଥିଲେ। ଖାଇ ସାରି ବାହାରକୁ ଆସିବା ପରେ ସ୍କୁଟି ଡିକି ଖୋଲା ହୋଇପଡିଥିବାବେଳେ ଟଙ୍କା ନ ଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ।

Share