ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୂରୀ। କର୍ନାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ମଙ୍ଗଳବାର ଇସ୍ତଫା ଦେବା ପରେ ଶିବକୁମାରଙ୍କୁ ଏହି ଦାୟିତ୍ୱ ମିଳିଛି। ରାଓ ଏବେବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି କହିଛନ୍ତି। ଏହାସହ ମଧ୍ୟପ୍ରଦେଶ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଶିବକୁମାର କହିଛନ୍ତି ଏହା ଦଳର ଆଭ୍ୟନ୍ତରିଣ ମାମଲା। ଖୁବ୍ଶୀଘ୍ର ଏହାର ସମାଧାନ ହୋଇଯିବ।