Advertisement

ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାଙ୍ଗିଲା ଡ୍ରିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି। ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦ୍ଦେଶନାମାକୁ ତତ୍କାଳ ଲାଗୁ କରିବା ନେଇ ଏଥିରେ ଉଲ୍ଲେଖ ରହିଛି।

ଜିଲା ମୁଖ୍ୟାଳୟରେ ଥିବା କଲେଜ ସଭାପତି ଏଡିଏମ୍‌ ହେବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଲେଜ ସଭାପତି ଏଡିଏମ୍‌ ରହିବେ। ଏକାଧିକ ଏଡିଏମ୍‌ ଥିଲେ ଜିଲାପାଳ ଜଣେ ଏଡିଏମ୍‌ଙ୍କୁ ଦାୟିତ୍ୱ ଦେବେ। ଏଥିସହ ସଦର ମହକୁମା ବାହାରେ ଥିବା କଲେଜ ମୁଖ୍ୟ ଉପଜିଲାପାଳ ହେବେ ବୋଲି ବିଜ୍ଞପ୍ତିରେ ଦର୍ଶା ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share