‘ଡିଜାଇନ୍‌ର ଡ୍ରେସ୍‌ ପାଇଁ ପଇସା ନ ଥିଲା’

ମୁମ୍ବାଇ: ୧୯୯୪ ମସିହାରେ ସୁସ୍ମିତା ସେନ୍‌ ମିସ୍‌ଇଣ୍ଡିଆ କଣ୍ଟେଷ୍ଟ ଜିତିଥିଲେ। ଗତ କିଛିଦିନ ତଳେ ସେ ତାଙ୍କର ପୁରୁଣା ଦିନର ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମିସ୍‌ ଇଣ୍ଡିଆ ଜର୍ସି ବିଷୟରେ କହୁଛନ୍ତି ଯେ, ମିସ୍‌ ଇଣ୍ଡିଆ ଟାଇଟଲ ଜିତିବା ପାଇଁ ଯେଉଁ ଡ୍ରେସ୍‌ ପିନ୍ଧିଥିଲେ ତାହା କୌଣସି ଡିଜାଇନର୍‌ ଡ୍ରେସ ନ ଥିଲା। ମହଙ୍ଗା ମଧ୍ୟ ନ ଥିଲା। ସେହି ଡ୍ରେସକୁ ଜଣେ ଛୋଟ ଟେଲର ବନେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫାରୁଖ ଶେଖ୍‌ଙ୍କ ପୂରୁଣା ଶୋ ‘ଜିନା ଇସି କା ନାମ ହୈ’ରେ ସେ ତାଙ୍କ ପୂରା ପରିବାର ସହ ଆସିଥିଲେ ଏବଂ ସେହି ଜର୍ସି ବିଷୟରେ କହିଥିଲେ। ସେତେବେଳେ ଅଧିକ ପଇସା ନ ଥିଲା ଡିଜାଇନର୍‌ ଡ୍ରେସ କିଣିବା ପାଇଁ। ମଧ୍ୟବିତ୍ତ ପରିବାରରର ହୋଇଥିବା ବେଳେ ମା’ ମୋତେ ପ୍ରେରଣା ଦେଇଥିଲେ। ଲୋକେ ଡ୍ରେସ ନୁହେଁ ସୁନ୍ଦରତା ଦେଖିବେ ବୋଲି କହିଥିଲେ। ଏହା ତାଙ୍କୁ ମିସ୍‌ ଇଣ୍ଡିଆ କଣ୍ଟେଷ୍ଟ ଜିତିବାର ପ୍ରେରଣା ଦେଇଥିଲା। ଦେଶରେ ସବୁଆଡେ ଲକ୍‌ଡାଉନ୍‌ ଚାଲିଥିବାବେଳେ ବଲିଉଡ ଅଭିନେତା ଅଭିନେତ୍ରୀମାନେ ଭିନ୍ନ ଉପାୟରେ ନିଜ ସମୟ ବିତାଉଛନ୍ତି। ସୁସ୍ମିତା ତାଙ୍କର ଏହି ପୂରୁଣା ଫଟୋ ଏବଂ ଭିଡିଓ ଇନ୍‌ଷ୍ଟାରେ ଶେୟାର କରି ଭାବବିହ୍ବଳ ହୋଇପଡ଼ିଛନ୍ତି।

Share