ନୂଆଦିଲ୍ଲୀ,୪।୬: ଭାରତ ସମେତ ଅନ୍ୟ ଦେଶଗୁଡିକ ଲାଗୁ କରୁଥିବା ଡିଜିଟାଲ ଟିକସ ସମ୍ପର୍କରେ ଆମେରିକା ଯାଞ୍ଚ କରିବ ବୋଲି ଜଣାପଡିଛି। ଆମେରିକା ଟେକ୍ କମ୍ପାନୀଗୁଡିକ ଉପରେ ଜାଣିଣୁଣି ଉଚ୍ଚ ପରିମାଣର ଟିକସ ଲାଗୁ ହୋଇଛି କି ନାହିଁ ସେ ଉପରେ ଏବେ ଏହା ବିଚାର କରୁଛି। ଆମେରିକାର ବ୍ୟାପାର ପ୍ରତିନିଧି ରବର୍ଟ ଲାଇଟ ହାଇଜର କହିଛନ୍ତି ଯେ, କୌଣସି ବାଣିଜି୍ୟକ ସହଯୋଗିଙ୍କ ଦ୍ୱାରା ହେଉଥିବା ଉଚ୍ଚ ପରିମାଣର ଟିକସକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିନ୍ତିତ ଅଛନ୍ତି। ଯାଞ୍ଚର ସାମ୍ନା କରିବାକୁ ଥିବା ଅନ୍ୟ ଦେଶଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରାଜିଲ, ଚେକ୍ ଗଣରାଜ୍ୟ, ୟୁରୋପୀୟ ସଂଘ, ଇଣ୍ଡୋନେସିଆ, ଇଟାଲୀ, ସ୍ପେନ, ତୁର୍କୀ ଏବଂ ବ୍ରିଟେନ ଭଳି ରାଜ୍ୟ ରହିଛି।