Categories: ବାଣିଜ୍ୟ

ଡିଜିଟାଲ ଟ୍ରାଞ୍ଜାକ୍‌ସନ ୫୧% ବୃଦ୍ଧି

ନୂଆଦିଲ୍ଲୀ,୧୯-୭: ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍‌ସନ ୨୦୧୮୦୧୯ରେ ୫୧% ବୃଦ୍ଧି ପାଇ ୩,୧୩୩.୫୮ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସରକାର ଗୁରୁବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭାରେ ବିଭିିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସରେ ଡିଜିଟାଲ ଟ୍ରାଞ୍ଜାକ୍‌ସନ ପ୍ରାୟ ୩୧୩ କୋଟି ଟଙ୍କାରେ ଛୁଇଁଛି। ତେବେ ବିକଳ୍ପ ଦେୟ ପ୍ରଦାନ ନେଇ ଶିକ୍ଷା ପ୍ରତିଷ୍ଠାନ ତଥା ପଲିସି ଇନ୍‌ଷ୍ଟିଚ୍ୟୁଶନ ସହ ସରକାରଙ୍କ କୌଣସି ପ୍ରକାର ସହଯୋଗ ହେବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share