ଡିଜିଟାଲ ଡେବ୍ୟୁ କରିବେ ଚିତ୍ରାଙ୍ଗଦା

ମୁମ୍ବାଇ: ବଲିଉଡ୍‌ର କେତେଜଣ କଳାକାର ଏବେ ଡିଜିଟାଲ ଦୁନିଆ ଆଡେ ପାଦ ବଢାଉଛନ୍ତି। ଧିରେ ଧିରେ ଦେଖାଯାଉଛି ଏଭଳି କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ଏହି ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ନାୟିକା ଚିତ୍ରାଙ୍ଗଦା ସିଂ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ନଚେତ୍‌ ଆଗାମୀ ବର୍ଷ ଆରମ୍ଭରେ ସେ ଡିଜିଟାଲ ଦୁନିଆରେ ପାଦ ଦେବେ। ଡିଜିଟାଲ ମିଡିଆର ମ୍ୟୁଜିକାଲ ଡ୍ରାମା ସିରିଜ୍‌ରେ କାମ କରିବାକୁ ଚିତ୍ରାଙ୍ଗଦା ଖୁବ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ଯଦିଓ ବଲିଉଡ୍‌ରେ ସେ ଏତେ ନଜର ଆସି ନାହାଁନ୍ତି ତଥାପି ତାଙ୍କ ରୂପରେ ଅନେକ ୟଙ୍ଗଷ୍ଟର ପାଗଳ ହୋଇଥିବା ନଜର ଆସିଛି। ଶେଷଥର ୨୦୧୮ରେ ସେ ଫିଲ୍ମ ‘ବାଜାର’ରେ ନଜର ଆସିଥିଲେ। ଆଉ ତାଙ୍କ ସହ ଥିଲେ ବଲିଉଡ୍‌ ନାୟକ ଶୈଫ ଅଲି ଖାଁ।

Share