Categories: ଫୁରସତ

ଡିଜିଟାଲ ଡ୍ରେସ୍‌, ଦାମ୍‌ ଶୁଣିଲେ ହେବେ ଚକିତ

ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍‌ ବି ଡିଜିଟାଲ ହୋଇଗଲାଣି। ଦାମ୍‌ ମଧ୍ୟ ଢେର୍‌ ଅଧିକ। ଶୁଣିଲେ ଚକିତ ହେବେ। ଏବେ ସୋସିଆଲ ମିଡିଆରେ ଏକ ଡ୍ରେସ୍‌ ଭାଇରାଲ ହୋଇଛି, ଯାହାକୁ ଦେଖିପାରିବେ କିନ୍ତୁ ଦାମ୍‌ ଏତେ ଯେ ଛୁଇଁ ମଧ୍ୟ ପାରିବେନି।

ଆମେରିକାର ଫ୍ରାନ୍‌ସିସ୍କୋସ୍ଥିତ ସୁରକ୍ଷା କମ୍ପାନୀ କ୍ୟାଣ୍ଟଷ୍ଟେମ୍ପ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିଚାର୍ଡ ମା ସ୍ତ୍ରୀଙ୍କ ପାଇଁ ଏକ ଡ୍ରେସ୍‌ କିଣି ଆଣିଥିଲେ। ଯାହା ଆମେରିକୀୟ ଡଲାର ୯୫୦୦ ଅର୍ଥାତ ଭାରତୀୟ ମୁଦ୍ରାରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହା ଏକ ଡିଜିଟାଲ ଡ୍ରେସ୍‌। ଯାହା ଫେଶନ ହାଉସ୍‌ ‘ ଫ୍ରେବ୍ରିକେଣ୍ଟ’ ଦ୍ୱାରା ପ୍ରସ୍ତୁତ କରାଯାଇଛି। ରିଚାର୍ଡ ଏହି ଡ୍ରେସ୍‌କୁ ନେଇ କୁହନ୍ତି, ଏହା ନିଶ୍ଚିତ ଭାବରେ ଏକ ମହଙ୍ଗା ଡ୍ରେସ୍‌। ଏହାକୁ ଦୀର୍ଘଦିନ ବ୍ୟବହାର କରିହେବ ବୋଲି ସେ ସ୍ତ୍ରୀଙ୍କ ପାଇଁ କିଣି ଆଣିଛନ୍ତି।

Share