Posted inଜାତୀୟ

ଡିଜିଟାଲ ଦୁନିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କୁ ଏହି ପରିବାର ଦେଇଥାଏ ଉପଦେଶ

ଆଇଜ୍ୱାଲ,୧୫।୫: ଡିଜିଟାଲ ଜ୍ଞାନକୌଶଳ ବଢ଼ିବା ସହିତ ଅଧିକାଂଶ ଲୋକ ମୋବାଇଲ୍‌ ଅବା କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଦିନର ୨୪ ମଧ୍ୟରୁ ୧୫ ଘଣ୍ଟାରୁ ଅଧିକ ସମୟ ଏଥିରେ ବିତି ଯାଉଛି। ଏହାଯୋଗୁ କେତେକ ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ତେବେ ମିଜୋରାମ ବକ୍ତଓ୍ବାଙ୍ଗ୍‌ ଗାଁରେ ଥିବା ଜିଓନାଙ୍କ ପରିବାର ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କୁ ଦେଇଥାଏ ଉପଦେଶ। ଜିଓନାଙ୍କ ପରିବାର ପୃଥିବୀର ସବୁଠାରୁ ବଡ଼ ପରିବାର ଭାବେ ଗିନିଜ୍‌ ରେକର୍ଡ କରିଛି। ପରିବାର ସଦସ୍ୟଙ୍କ ସଂଖ୍ୟା ୧୮୦। ସେମାନଙ୍କ ମଧ୍ୟରେ ଜିଓନାଙ୍କ ୩୯ ସ୍ତ୍ରୀ, ୯୪ ବୟସ୍କ, ୧୪ ବୋହୂ,୩୩ ନାତି ନାତୁଣୀ ରହିଛନ୍ତି। ତାଙ୍କ ୪ ମହଳା ଘରେ ଶହେଟି ବାସ ଘର ରହିଛି। ୭୨ ବର୍ଷ ବୟସ୍କ ଜିଓନା ପ୍ରଥମ ବିବାହ ୧୭ ବର୍ଷରେ କରିଥିଲେ। ଏହା ପରେ ଗୋଟିଏ ବର୍ଷରେ ସେ ୧୦ ଜଣଙ୍କୁ ବିବାହ କରିଥିଲେ। ଗୋଟିଏ ଦିନରେ ତାଙ୍କ ଘରେ ୩୦ କୁକୁଡା, ୧୨ଟି ଅଣ୍ଡା, ୬୦ କିଲୋଗ୍ରାମ୍‌ ଆଳୁ,ଶହେ କିଲୋଗ୍ରାମ୍‌ ଚାଉଳ ରନ୍ଧାଯାଇଥାଏ। ପ୍ରତିଦିନ ଘରେ ୨୦ କିଲୋଗ୍ରାମ୍‌ ଫଳ ବ୍ୟବହାର ହୋଇଥାଏ। ୨୦୧୧ ଜନ ଗଣନା ଅନୁସାରେ ଦେଶରେ ମିଳିତ ପରିବାର ସଂଖ୍ୟା କମିବାରେ ଲାଗିଛି। ଧିରେଧିରେ ସମାଜରେ ନିସଙ୍ଗ ପରିବାର ସଂଖ୍ୟା ବଢୁଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଛି ବୋଲି ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଇ-ଚାଲାଣ ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ,୩୧ା୩:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଘଟଣାରେ ଦଣ୍ଡସ୍ବରୂପ ଯେତିକି ଇ-ଚାଲାଣ କଟାଯାଉଛି, ତା’ର ମାତ୍ର ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି। ଅନେକ ନିୟମ ଉଲ୍ଲଂଘନକାରୀ...

ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା: IMD ଡିଜି

ନୂଆଦିଲ୍ଲୀ, ୩୧।୩: ସୋମବାର ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ...

ନୋବେଲ ପାଇଁ ମନୋନୀତ ହେଲେ ଇମ୍ରାନ ଖାନ, ଏହି କାମ ହେଲା ଆଧାର…

ନୂଆଦିଲ୍ଲୀ, ୩୧।୩: ରାଜନୈତିକ ଅସ୍ଥିରତା ଏବଂ ଅଶାନ୍ତି ସହିତ ସଂଘର୍ଷ କରୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୋବେଲ ମନୋନୟନ ଯୋଗୁଁ ଖବରର ଶିରୋନାମାରେ...

ମୋଦିଙ୍କ ଉତ୍ତରାଧିକାରୀକୁ ନେଇ ତେଜିଲା ରାଜନୀତି: ସଞ୍ଜୟଙ୍କ ପରେ ଫଡନବୀସ କହିଲେ ଏମିତି…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗପୁର ଗସ୍ତ ଉପରେ ଶିବସେନା (UBT) ନେତା ସଞ୍ଜୟ ରାଉତଙ୍କ ବୟାନ ଏକ ଭିନ୍ନ ମୋଡ଼ ଦେଇଛି। ସେ କହିଛନ୍ତି,...

ବଳାତ୍କାର ଅଭିଯୋଗରେ ନିର୍ଦ୍ଦେଶକ ଗିରଫ: ମହାକୁମ୍ଭ ଭାଇରାଲ୍‌ ଗର୍ଲ ମୋନାଲିସାଙ୍କୁ ଫିଲ୍ମ କରିଥିଲେ ଅଫର୍‌

ନୂଆଦିଲ୍ଲୀ,୩୧।୩: ‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି।...

Global Safety Index 2025: ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ତାଲିକା: ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ,୩୧।୩: ଗ୍ଲୋବାଲ ସେଫ୍ଟି ଇଣ୍ଡେକ୍ସ 2025 ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶଗୁଡ଼ିକର ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ କିଛି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ...

Video: ମିରଠ ପରି ସ୍ୱାମୀଙ୍କୁ ‘ଡ୍ରମ୍’ରେ ପ୍ୟାକ୍ କରିବାକୁ ଧମକ ଦେଲେ ମହିଳା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୩୧।୩: ଉତ୍ତର ପ୍ରଦେଶର ଗୋଣ୍ଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଶରୀରର କାଟି ଡ୍ରମ୍‌ରେ ପ୍ୟାକ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ମିରଠରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image