Categories: ଜାତୀୟ

ଡିଜିଟାଲ ଦୁନିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କୁ ଏହି ପରିବାର ଦେଇଥାଏ ଉପଦେଶ

ଆଇଜ୍ୱାଲ,୧୫।୫: ଡିଜିଟାଲ ଜ୍ଞାନକୌଶଳ ବଢ଼ିବା ସହିତ ଅଧିକାଂଶ ଲୋକ ମୋବାଇଲ୍‌ ଅବା କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଦିନର ୨୪ ମଧ୍ୟରୁ ୧୫ ଘଣ୍ଟାରୁ ଅଧିକ ସମୟ ଏଥିରେ ବିତି ଯାଉଛି। ଏହାଯୋଗୁ କେତେକ ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ତେବେ ମିଜୋରାମ ବକ୍ତଓ୍ବାଙ୍ଗ୍‌ ଗାଁରେ ଥିବା ଜିଓନାଙ୍କ ପରିବାର ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କୁ ଦେଇଥାଏ ଉପଦେଶ। ଜିଓନାଙ୍କ ପରିବାର ପୃଥିବୀର ସବୁଠାରୁ ବଡ଼ ପରିବାର ଭାବେ ଗିନିଜ୍‌ ରେକର୍ଡ କରିଛି। ପରିବାର ସଦସ୍ୟଙ୍କ ସଂଖ୍ୟା ୧୮୦। ସେମାନଙ୍କ ମଧ୍ୟରେ ଜିଓନାଙ୍କ ୩୯ ସ୍ତ୍ରୀ, ୯୪ ବୟସ୍କ, ୧୪ ବୋହୂ,୩୩ ନାତି ନାତୁଣୀ ରହିଛନ୍ତି। ତାଙ୍କ ୪ ମହଳା ଘରେ ଶହେଟି ବାସ ଘର ରହିଛି। ୭୨ ବର୍ଷ ବୟସ୍କ ଜିଓନା ପ୍ରଥମ ବିବାହ ୧୭ ବର୍ଷରେ କରିଥିଲେ। ଏହା ପରେ ଗୋଟିଏ ବର୍ଷରେ ସେ ୧୦ ଜଣଙ୍କୁ ବିବାହ କରିଥିଲେ। ଗୋଟିଏ ଦିନରେ ତାଙ୍କ ଘରେ ୩୦ କୁକୁଡା, ୧୨ଟି ଅଣ୍ଡା, ୬୦ କିଲୋଗ୍ରାମ୍‌ ଆଳୁ,ଶହେ କିଲୋଗ୍ରାମ୍‌ ଚାଉଳ ରନ୍ଧାଯାଇଥାଏ। ପ୍ରତିଦିନ ଘରେ ୨୦ କିଲୋଗ୍ରାମ୍‌ ଫଳ ବ୍ୟବହାର ହୋଇଥାଏ। ୨୦୧୧ ଜନ ଗଣନା ଅନୁସାରେ ଦେଶରେ ମିଳିତ ପରିବାର ସଂଖ୍ୟା କମିବାରେ ଲାଗିଛି। ଧିରେଧିରେ ସମାଜରେ ନିସଙ୍ଗ ପରିବାର ସଂଖ୍ୟା ବଢୁଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଛି ବୋଲି ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share