Categories: ବାଣିଜ୍ୟ

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା : ଆୟ ଆଠଣା ଖର୍ଚ୍ଚ ଟଙ୍କାଏ; ପେଟିମ୍‌ର କ୍ଷତି ୪ ହଜାର ୨ଶହ ୧୭ କୋଟି

ନୂଆଦିଲ୍ଲୀ,୧୦।୯: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଏହି ବ୍ୟବସ୍ଥାରେ ଆୟ ଆଠଣା ହେଉଥିବାବେଳେ ଖର୍ଚ୍ଚ ଟଙ୍କାଏ ରହିଥିବା କୁହାଯାଉଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଟିଏମ୍‌ର କ୍ଷତି ପରିମାଣ ଇତିମଧ୍ୟରେ ୪ ହଜାର ୨ଶହ ୧୭ କୋଟି ଟଙ୍କା ଛୁଇଁଛି। ଏହାର ମୁଖ୍ୟ କମ୍ପାନୀ ଓ୍ବନ-୯୭ କମ୍ୟୁନିକେଶନକୁ ମାର୍ଚ୍ଚ ୩୧ ସୁଦ୍ଧା ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଏସବୁ ମଧ୍ୟରେ ପେଟିଏମ୍‌ ମନି, ପେଟିଏମ୍‌ ଫାଇନାନ୍ସିଆଲ୍‌ ସର୍ଭିସେଜ୍‌, ପେଟିଏମ୍‌ ଇଣ୍ଟରନେଟ୍‌ ସର୍ଭିସେଜ୍‌ ଆଦି କାରବାର ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ବର୍ଷ କ୍ଷତିର ପରିମାଣ ୧,୬୦୪.୩୪ କୋଟି ଟଙ୍କା ରହିଥିଲା। ସେହିପରି ଓ୍ବନ-୯୭ କମ୍ୟୁନିକେଶନର କ୍ଷତି ପରିମାଣ ୩,୯୫୯.୬ କୋଟି ଟଙ୍କା ରହିଛି। ଇତିମଧ୍ୟରେ କମ୍ପାନୀର ଆୟରେ ୮.୨ ପ୍ରତିଶତ ବୃଦ୍ଧି ହୋଇ ଏହା ୩,୫୭୯.୬୭ କୋଟି ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ପରିମାଣ ଆୟକୁ ଟପି ୭,୭୩୦.୧୪ କୋଟି ଟଙ୍କାରେ ପହଞ୍ଚିଛି।

Share