Categories: ବାଣିଜ୍ୟ

ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ମିଳିବ ପ୍ରୋତ୍ସାହନ

ମୁମ୍ବାଇ,୬-୧୦: ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଶନିବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ନିର୍ମାଣକୁ ରିଜର୍ଭ ବ୍ୟାଙ୍କ ଆସେପଟାନ୍ସ ଡେଭଲପମେଣ୍ଟ ଫଣ୍ଡ ଦ୍ୱାରା ଉତ୍ସାହିତ କରିବ। ସାରା ଦେଶରେ ବର୍ତ୍ତମାନ ୪୨ ଲକ୍ଷ ପିଓଏସ୍‌ ମେଶିନ ରହିଛି। ଏଭଳି ଏକ ପାଣ୍ଠି ଦ୍ୱାରା ଟାୟାର-୩ ଏବଂ ୪ ସହରଗୁଡିକରେ ଅଧିକ ମାତ୍ରାରେ ଡିଜିଟାଲ ପେମେଣ୍ଟ ଲାଗି ଲୋକଙ୍କୁ ଉତ୍ସାହିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନନ୍ଦଲ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଭଳି ଏକ ପାଣ୍ଠି ଗଠନ ନେଇ ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଥିଲା। ଏହି ପଦକ୍ଷେପ ଅନ୍ତର୍ଗତ କ୍ଷୁଦ୍ର ମଧ୍ୟମ ଶିଳ୍ପ, ସ୍ବାସ୍ଥ୍ୟ ସେବା କେନ୍ଦ୍ର, ଖୁଚୁରା ସାମଗ୍ରୀ କେନ୍ଦ୍ର, କିରାନା ଭଳି ଅନ୍ୟ ସ୍ଥାନଗୁଡିକରେ ୧୦୦% ଡିିଜିଟାଲ ପେମେଣ୍ଟ ନେଇ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Share