Advertisement

ଡିଜିଟାଲ ଫିଲ୍ମରେ ନଜର ଆସିବେ ଜ୍ୟାକ୍‌ଲିନ

ମୁମ୍ବାଇ: ହଟ୍‌ନେସ୍‌ ପାଇଁ ବଲିଉଡ୍‌ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକାଙ୍କ ମଧ୍ୟରେ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜ ହେଉଛନ୍ତି ଅନ୍ୟତମ। ଏବେ ସେ ଦର୍ଶକଙ୍କ ମନପସନ୍ଦ ନାୟିକାଙ୍କ ମଧ୍ୟରୁ ଜଣେ। ବଡ ପରଦାରେ ନିଜର ଜଲଓ୍ବା ଦେଖାଇଥିବା ଏହି ନାୟିକା ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ପୁରାପୂରି ପ୍ରସ୍ତୂତ ହୋଇ ସାରିଛନ୍ତି ବୋଲି କୁହାଯାଉଛି। ମେ ୧ରେ ତାଙ୍କର ହିଜିଟାଲ ଫିଲ୍ମ ‘ ମିସେସ୍‌ ସିରିଏଲ କିଲର’ ରିଲିଜ ହେବାର ଯୋଜନା ରହିଛି ବୋଲି ଜଣାପଡିଛି। ନିକଟରେ ନେଟଫ୍ଲିକ୍ସ ଇଣ୍ଡିଆ ନିଜ ଅଫିସିୟାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲା। ଯେଉଁଥିରେ ଜ୍ୟାକ୍‌ଲିନ ସହକଳାକାର ମନୋଜ ବାଜେପେୟୀଙ୍କ ସହ ନଜର ଆସିଥିଲେ। ଆଉ ଏଥିରେ ସେ କହୁଥିଲେ ମେ‘ ୧ରେ ‘ମିସେସ ସିରିଏଲ କିଲର’ର ପ୍ରିମିୟରରେ ଆପଣମାନଙ୍କ ସହ ଦେଖାହେବ। ଏହି ଡିଜିଟାଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିରିଶ କୁନ୍ଦେର। ଏବେ ଦର୍ଶକଙ୍କର ଅପେକ୍ଷା ମେ ୧କୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share