ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ନଂ.୧୩୨୨୯ ପ୍ରକାଶ ପାଇଛି। ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟ ୨୦୧୯ ଡିସେମ୍ବର ୯ରେ ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଥିଲେ। ୨୦୨୧ ଜୁନ୍‌ ୩୦ରେ ତାଙ୍କର ଚାକିରି କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ପୋଲିସ ମହାନିର୍ଦ୍ଦେଶ ଭାବେ ତାଙ୍କ କାର୍ଯ୍ୟକାଳକୁ ୨ବର୍ଷ କରିବାକୁ ଗୃହ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୦ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏହାକୁ ବିଚାର କରି ସରକାର ଅଭୟଙ୍କ ଅବସର ସମୟକୁ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Share