Advertisement

ଡିଜେଲ ଚୋରି ଘଟଣା: ପୁଣି ୨ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଗୁରୁବାର ଡିଜେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରି ଶୁୁକ୍ରବାର କୋର୍ଟଚାଲାଣ କରିଛି।
ସେମାନେ ହେଲେ ବଲାଣୀ ରେଲୱେ ହଟିଂ ଅଞ୍ଚଳର ସୁରେଶ ପିଙ୍ଗୁଆ ଓରଫ ଲାଦୁରୁ ଓ ଅନୀଲ ଦାସ। ସେମାନଙ୍କ ଠାରୁ ପୋଲିସ ୩ଟି ଜାର୍କୀନ ସହ ଏକ ପାଇପ ଜବତ କରିଛି। ଡିଜେଲ ଚୋରି ଘଟଣାର ତଦନ୍ତ ଚାଲିଛି। ଏଥିରେ ଆହୁରି ଅନେକ ଅଭିଯୁକ୍ତ ସମ୍ପୃକ୍ତ ଥିବା ଥାନାଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share