Categories: ଜାତୀୟ

ଡିଜେ ଶବ୍ଦରେ ବରଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୬ା୨: (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ନିଜାମାବାଦ ଜିଲା ଅନ୍ତର୍ଗତ ବୋଧନ ସହରରେ ଏକ ବାହାଘର ଶୋଭାଯାତ୍ରାରେ ଉତ୍କଟ ଡିଜେ ଶବ୍ଦରେ ମୂର୍ଚ୍ଛା ଯାଇଥିବା ବରଙ୍କର ମୃତ୍ୟୁ ହୋଇଯାଇଛି। ହାଇଦ୍ରାବାଦଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଦୁଃଖଦ ଘଟଣା ଘଟିଛି। ଅତ୍ୟଧିକ ଶବ୍ଦ ଯୋଗୁ ବର ଏମ୍‌. ଗଣେଶ ଅସୁସ୍ଥ ଅନୁଭବ କରିବା ସହ ବେହୋସ ହୋଇଯାଇଥିଲେ। ତାଙ୍କୁ ପାଖ ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳକୁ ଗଣେଶଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଛନ୍ତି।

Share