ଡିଜେ ସାଉଣ୍ଡରେ କମ୍ପିଲା ଭାପୁର

ଭାପୁର,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ଗ୍ରାମରେ ଚାଲିଥିବା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ବୁଧବାର ଧୁମଧାମରେ ପାଳିତ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ମେଢ ଗୁଡ଼ିକ ଭାପୁର ବାଳିକା ଉପ୍ରା ବିଦ୍ୟାଳୟସ୍ଥିତ ମେଲଣ ପଡ଼ିଆରେ ଏକତ୍ରିତ ହୋଇଥିଲେ। ପରେ କ୍ରମାନୁଯାୟୀ ପୁରୁଣାକଟକ ସମ୍ବଲପୁର ରାସ୍ତାରୁ ବାହାରି ବଜାର ଛକ ଦେଇ ଗାଁ ଭିତରକୁ ପ୍ରବେଶ କରିଥିଲେ। ବିଭିନ୍ନ ବାଜା ଓ ଡିଜେ ସାଉଣ୍ଡ ଦ୍ୱାରା ଶୋଭାଯାତ୍ରାରେ ମାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ଭାପୁର ଫାଣ୍ଡି, ସଦର ଥାନା ପୋଲିସ ଓ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ସେହିପରି ପ୍ରବଳ ଭିଡ଼ ଯୋଗୁ ପୁରୁଣା କଟକ ସମ୍ବଲପୁର ରାସ୍ତା ୨ ଘଣ୍ଟା ଧରି ଜାମ ରହିଥିବାରୁ ଶହଶହ ଗାଡ଼ି ଅଟକି ରହିଥିଲା। ଗ୍ରାମ ପରିକ୍ରମା କରିବା ପରେ ସାପୁଆ ନଦୀରେ ମେଢକୁ ବିସର୍ଜନ କରାଯାଇଥିଲା।

Share