ଡିଡିଏଲ୍‌ଜେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ। ନିକଟରେ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘କମେଡି ଷ୍ଟାର୍ସ’ରେ ସେ ବିଶେଷ ଅତିଥିଭାବେ ଯୋଗ ଦେଇଥିଲେ। ସେଠାରେ ସେ ୧୯୯୫ରେ ରିଲିଜ ହୋଇଥିବା ଶାହରୁଖ ଖାନ୍‌-କାଜୋଲଙ୍କ ସୁପରହିଟ୍‌ ଫିଲ୍ମ ଦିଲଓ୍ବାଲେ ଦୁଲହନିଆ ଲେ ଜାଏଗେଁର ଗୀତ ‘ତୁଝେ ଦେଖା ତୋ ଏ ଜାନା ସନମ୍‌’ ଗାଇଥିଲେ। ଏପିସୋଡର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହେବା ପରେ ଭାଇରାଲ ହେଉଛି।

 

ଏକଦା ଷ୍ଟେଶନରେ ଗାଇ ନିଜର ଗୁଜୁରାଣ ମେଣ୍ଟାଉ ଥିବା ରାନୁ ଏବେ ଷ୍ଟାର। ସେ ରାଣାଘାଟ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗମା ହେ’ ଗୀତ ଗାଇବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ହିମେଶ ରେଶମିୟାଙ୍କ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଥିଲା।

Share