Categories: ବାଣିଜ୍ୟ

ଡିଡିଟି, କ୍ୟାପିଟାଲ ଗେନ୍ସ ଟାକ୍ସ କମିବନି

ନୂଆଦିଲ୍ଲୀ,୧-୧୧: ସରକାର ପୁଞ୍ଜିବଜାର ନିବେଶକଙ୍କୁ ଖୁସି କରାଇବା ଲାଗି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଏବଂ ଡିଜିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡ଼ିଟି)ରେ କିଛିଟା କୋହଳ ବ୍ୟବସ୍ଥା କରିବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏଭଳି କିଛି ବ୍ୟବସ୍ଥା ସରକାର ଆଣିବେ ନାହିଁ। ଏଭଳି ଘୋଷଣା ଦ୍ୱାରା ରାଜକୋଷକୁ ହେଉଥିବା କ୍ଷତିର ଭରଣା ତଥା ସରକାରଙ୍କ ବିତ୍ତୀୟ ସ୍ଥିତି ଏବେ ଏତେଟା ଉନ୍ନତ ନାହିଁ। ନୂଆ ପଦକ୍ଷେପ ଦ୍ୱାରା ସରକାର ରାଜକୋଷ ତଥା ବିତ୍ତୀୟ ଶୃଙ୍ଖଳାକୁ ପ୍ରଭାବିତ କରିବାକୁ ଚାହୁଁ ନ ଥିବା ଜଣେ ଅଧିକାରୀ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ସରକାର ଡିଡିଟି ବାବଦକୁ ୫୦,୦୦୦ କୋଟି ଏବଂ ସିକ୍ୟୁରିଟି ଟ୍ରାଞ୍ଜାକଶନ ଟାକ୍ସ ଭାବେ ଅତିରିକ୍ତ ୧୨,୦୦୦ କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ଅପରପକ୍ଷରେ ଭାରତର କ୍ୟାପିଟାଲ ଗେନ୍ସ ଟିକସ ଅନ୍ୟ ଦେଶ ତୁଳନାରେ ଅଧିକ ଉଦାର ବୋଲି ଅଧିକାରୀ କହିଛନ୍ତି। ଏଣୁ ଏଭଳି ସ୍ଥିତିରେ ଉକ୍ତ ପଦକ୍ଷେପ ଉଠାଇବା ସମ୍ଭାବନା ନାହିଁ। ସରକାର ଯଦି ଏଭଳି ଯୋଜନା ଗ୍ରହଣ କରନ୍ତି ତେବେ ସାମାଜିକ ଯୋଜନା ବାବଦ ଖର୍ଚ୍ଚ ହ୍ରାସ ଏବଂ ଅତିଧନୀ ଓ ବେତନଭୋଗୀଙ୍କ ଉପରେ ଟିକସ ବଢାଇବାକୁ ହେବ। ଏହି ବିକଳ୍ପଗୁଡିକ ରାଜନୈତିକ ଦୃଷ୍ଟିକୋଣରୁ ଗ୍ରହଣ କରିବା ସହଜ ନୁହେଁ। କର୍ପୋରେଶନ ଟିକସ ଏବଂ ଜିଏସ୍‌ଟି ହ୍ରାସ ଯୋଗୁ ସରକାରଙ୍କ ରାଜସ୍ବ ଏବେ କମିଛି। ଏଣୁ ପୁଣି ଥରେ ଟିସକ ହ୍ରାସ କରାଇବା ନେଇ ସରକାର ଏବେ ପ୍ରସ୍ତୁତ ନ ଥିବା ଜଣାପଡିଛି।

Share