Categories: ଖେଳ

ଡିନ୍‌ ଏଲଗାରଙ୍କ ଶତକ

ବିଶାଖାପାଟଣା,୪।୧୦: ଓ୍ବାଇ.ଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଏଲଗାର। ଛକା ମାରି ସେ ନିଜ କ୍ୟାରିୟର ୧୨ତମ ଶତକ ଅର୍ଜନ କରିଥିଲେ। ଦ୍ୱିତୀୟ ଦିନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ପଞ୍ଚମ ଉଇକେଟ ପାଇଁ ଏଲଗାର ଏବଂ ଫାଫ୍‌ ଡୁପ୍ଲେସିସ୍‌ ୧୦୦ରୁ ଉର୍ଦ୍ଧ୍ୱ ଭାଗିଦାରୀ କରିଥିଲେ। ଏହି ଯୋଡି କ୍ରିଜରେ ଜମି ଆସୁଥିଲାବେଳେ ଏହାକୁ ଭାଙ୍ଗିଥିଲେ ଅଶ୍ୱିନ। ଡୁପ୍ଲେସିସ୍‌ ୫୫ରନ କରି ଆଉଟ୍‌ ହୋଇଥିଲେ। ଫଳରେ ଏବେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ ହରାଇ ୨୨୭ ରନ ସଂଗ୍ରହ କରିଛି। ପ୍ରଥମ ଇନିଂଶରେ ଭାରତ ୫୦୨ରନରେ ପାଳି ସମାପ୍ତି ଘୋଷଣା କରିଥିଲା।

Share