Categories: ଜାତୀୟ

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ କରିଛି। କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚାଇନା ନିଜର ପ୍ରତିନିଧିଙ୍କୁ ଲକ୍ଷ୍ନୌ ପଠାଇବାକୁ ଅମଙ୍ଗ ହୋଇଥିବା କୁହାଯାଉଛି। ବିମାନ ବନ୍ଦରରେ ଚାଇନାରୁ ଆସିଥିବା ପ୍ରତିନିଧି ଦଳଙ୍କର ସ୍ବତନ୍ତ୍ର ସ୍କ୍ରିନିଂ ଏବଂ ମେଡିକାଲ ଯାଞ୍ଚ୍‌ କରାଯିବ। ତେଣୁ ଚାଇନା ଏଥିରେ ଯୋଗ ଦେବାକୁ ମନା କରି ଦେଇଛି। ଏହି ଡିଫେନ୍ସ୍‌ ଏକ୍ସ୍‌ପୋରେ ୧୬୫ ଦେଶର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ।

Share