Categories: ଖେଳ

ଡିଭିଲର୍ସଙ୍କୁ କୋହଲିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୩।୭(ପି.ଟି.)- ଅବସର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଉଦ୍ୟମ କରିବା ସମ୍ପର୍କରେ ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର ଏ.ବି. ଡିଭିଲର୍ସ ସ୍ପଷ୍ଟକରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସମର୍ଥନ ଜଣାଇଛନ୍ତି। ଚଳିତ ବିଶ୍ୱକପ୍‌ ମଝିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଖେଳାଳି ଡିଭିଲର୍ସଙ୍କୁ ଟଙ୍କା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିଥିବା ସମାଲୋଚନା କରାଯାଉଥିଲା। ଡିଭିଲର୍ସ ଜଣେ ସଚ୍ଚୋଟ ଓ ପ୍ରତିବଦ୍ଧ ବ୍ୟକ୍ତି। ତୁମ ସହିତ ଏଭଳି ବ୍ୟବହାର ଦୁର୍ଭାଗ୍ୟଜନକ। ମୁଁ ତୁମକୁ ବିଶ୍ୱାସକରେ। ବ୍ୟକ୍ତିଗତ ଜୀବନରେ ଅନ୍ୟ କେହି ପ୍ରବେଶ କରିବା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଆଉ ଅନୁଷ୍କା ସର୍ବଦା ତୁମ ପରିବାର ସହ ଅଛୁ ବୋଲି କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ଡିଭିଲର୍ସଙ୍କ ଲାଗି ଲେଖିଛନ୍ତି। ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପ୍ରଦର୍ଶନ ପରେ ଅବସରପ୍ରାପ୍ତ ବ୍ୟାଟ୍ସମ୍ୟାନ ଏ.ବି. ଡିଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ପ୍ରସ୍ତାବ ଦେଇଥିବା ଏକ ଗଣମାଧମ ରିପୋର୍ଟରେ ପ୍ରକାଶ ପାଇଥିଲା। ବିଶ୍ୱକପ୍‌ର ଏକବର୍ଷ ପୂର୍ବରୁ ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଦେଶ ନୁହେଁ, ଟଙ୍କାକୁ ବେଶି ଗୁରୁତ୍ୱ ଦେଉଥିବା ଆଲୋଚନା ହୋଇଥିଲା। ଏଥିଯୋଗୁ ଡିଭିଲର୍ସଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କୋହଲିଙ୍କ ଭଳି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ମଧ୍ୟ ଦକ୍ଷିଣ ଆଫ୍ରିକୀୟ କ୍ରିକେଟରଙ୍କ ସପକ୍ଷରେ ମତ ବାଢ଼ିଛନ୍ତି।

Share