ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ବିଟ୍ଟି, ଅକ୍ଷୟ କୁମାର, ଟ୍ବିଙ୍କଲ ଖାନ୍ନା ଓ ନତାରାଙ୍କ ସହ ଏକ ମଲ୍ଟିଫ୍ଲେକ୍ସ ବାହାରେ ଦେଖାଯାଇଥିଲେ। ଏବେ ସେ ତାଙ୍କ ୮୦ ତମ ଜନ୍ମଦିନ ପାଳନ କରିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

Share