ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସୂଚନା ରହିଛି। ଏହି ଡିଲରଶିପ୍ଗୁଡିକରୁ ଡେଲିଭରି ମଧ୍ୟ ଆରମ୍ଭ ହୋଇଛି। ଯାନ କ୍ରୟ ଲାଗି ଡିଜିଟାଲ ଭିତ୍ତିଭୂମି ସୁବିଧା ଏବଂ ଆଉଟଲେଟଗୁଡିକରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍ଓପି) ଲାଗୁ କରାଯାଇଛି ବୋଲି କମ୍ପାନୀ କହିଛି। ଗତ କିଛିଦିନ ମଧ୍ୟରେ ଏହି ଡିଲରଶିପଗୁଡିକୁ ଖୋଲାଯାଇଛି ବୋଲି କମ୍ପାନୀର ମାର୍କେଟିଂ ଏବଂ ସେଲ୍ସ ବିଭାଗ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କମ୍ପାନୀର ସାରା ଦେଶରେ ୩୦୮୦ ଡିଲରଶିପ ରହିଛି। ଏହା ମଧ୍ୟରେ ୪୭୪ ଏରେନା ,୮୦ ନେକ୍ସା ଏବଂ ୪୫ ବାଣିଜି୍ୟକ ଯାନ ଆଉଟଲେଟ ସାମିଲ ରହିଛି।