Categories: ଜାତୀୟ

ଡିସିଟି ଯୋଜନା ନେଇ କେନ୍ଦ୍ର ସରକାର ଏବଂ ସିଇସିଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମ୍‌କୋର୍ଟ ସିଧା ସଳଖ ନଗଦ ସ୍ଥାନାନ୍ତର ବା ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍ସଫର(ଡିସିଟି) ଯୋଜନା ନେଇ କରାଯାଇଥିବା ଏକ ଆବେଦନର ବିଚାର କରି ମଙ୍ଗଳବାର କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହା ସହିତ କେତେକ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍‌ ଜାରି ହୋଇଛି। ଆବେଦନରେ ଦର୍ଶାଯାଇଥିଲା ଯେ, ଲୋକ ସଭା ଅଥବା ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ଏଭଳି ଯୋଜନା ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିଲା। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଥିଲା ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଯୋଜନାରେ ସାମିଲ୍‌ ହୋଇଥିବା ହିତାଧିକାରୀ ଏସବୁ ଯୋଜନାର ଲାଭ ପାଇପାରିବେ। ସୂଚନାଯୋଗ୍ୟ, ଏଭଳି ଯୋଜନା ଦ୍ୱାରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଜମା ହୋଇଥାଏ।

Share