ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : କର୍ଲାମୁଣ୍ଡାରେ ଡ୍ରାଇଭିଂ ଲାଇସେନ୍‌ସ କ୍ୟାମ୍ପ ଦାବି କଲେ ବାସିନ୍ଦା

କର୍ଲାମୁଣ୍ଡା,୨୧।୧୧(ଡି.ଏନ୍‌.ଏ.): ଆସନ୍ତା ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ମାତ୍ର କଳାହାଣ୍ଡି ଜିଲା ସଦରମହକୁମାଠାରୁ ପ୍ରାୟ ୯୦କିମି ଦୂରରେ ଥିବା କର୍ଲାମୁଣ୍ଡା ବ୍ଲକ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ବ୍ଲକରେ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ଏନେଇ ଭବାନୀପାଟଣା ଆର୍‌ଟିଓଙ୍କ ନଂ. ୦୬୬୭୦- ୨୩୦୫୪୫କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହି ନମ୍ବର ଲାଗୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି କାର୍ଯ୍ୟାଳୟର ଅନ୍ୟ ଏକ ନମ୍ବର ୯୧୭୮୮୧୬୬୩୫କୁ ଯୋଗାଯୋଗ କରାଯିବାରୁ ଏହି ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତିଜଣକ ଏହା ତାମିଲନାଡୁ ନମ୍ବର ବୋଲି ଉତ୍ତର ଦେଉଛନ୍ତି। ଏଣୁ ଏଥିପ୍ରତି ଭବାନୀପାଟଣା ଆର୍‌ଟିଓ ଗୁରୁତ୍ୱ ଦେବାକୁ ଦାବି ହେଉଛି । ଅନ୍ୟପକ୍ଷରେ କିଏ କାହିଁକି ଭବାନୀପାଟଣା ଆର୍‌ଟିଓଙ୍କ ନାମରେ ଏଭଳି ଭୁଲ ନମ୍ବରକୁ ରଖିଛନ୍ତି ତାହା ତଦନ୍ତସାକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।