ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି: ନିରଞ୍ଜନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି। ଏନେଇ ଶୁକ୍ରବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ଜିଲା ଗସ୍ତ କରି ଚଳିତ ମାସରେ ରିପୋର୍ଟ ଦେବେ। ଇତିମଧ୍ୟରେ ୨/୩ଜଣ ପର୍ଯ୍ୟବେକ୍ଷକଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ରିପୋର୍ଟ ଦେଇସାରିଛନ୍ତି। ସମସ୍ତ ରିପୋର୍ଟ ମିଳିବା ପରେ ତାକୁ ଅନୁମୋଦନ ପାଇଁ ଏଆଇସିସିକୁ ପଠାଯିବ ବୋଲି ନିରଞ୍ଜନ କହିଛନ୍ତି।

Share