Categories: ଜାତୀୟ

ଡିସେମ୍ବର ୧୩ : ସଂସଦ ଭବନ ଆକ୍ରମଣକୁ ପୂରିଲା ୧୮ ବର୍ଷ; ପାକିସ୍ତାନରେ ମାଷ୍ଟରମାଇଣ୍ଡ ଆଝାର

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶୁକ୍ରବାର ୧୮ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପାର୍ଲାମେଣ୍ଟ ପରିସରରେ ଦୀର୍ଘ ୪୫ ମିନିଟ୍‌ ଧରି ଆକ୍ରମଣ ଜାରି ରଖିଥିଲେ। ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ଯବାନଙ୍କ ସମେତ ୯ ଜଣ ଶହୀଦ୍‌ ହୋଇଥିଲେ। ସୁରକ୍ଷାବଳଙ୍କ ଏନ୍‌ କାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିଲେ। ଶୀତକାଳୀନ ଅଧିବେସନରେ ଏହି ସମୟରେ ସଂସଦ ଭବନରେ ତତ୍‌କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀଙ୍କ ସମେତ ପ୍ରାୟ ୨ଶହ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ମୌଲାନା ମସୁଦ୍‌ ଆଝାର ଆଇନ ହାତରୁ ଦୂରରେ ରହିଛନ୍ତି । ଏବେ ସେ ପାକିସ୍ତାନରେ ଲୁଚିଥିବା କୁହାଯାଉଛି।

Share