ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାରଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ସର୍ବବୃହତ୍‌ ହସ୍ତଶିଳ୍ପ ଓ ହସ୍ତତନ୍ତ ମେଳାରେ ଓଡ଼ିଶାର ୧୫୦ ହସ୍ତଶିଳ୍ପ କାରିଗର ଓ ୮୦ ବୁଣାକାର ଏବଂ ରାଜ୍ୟ ବାହାରୁ ୫୦ ବୁଣାକାର ଓ ଶିଳ୍ପୀ ଯୋଗଦେବେ। ଏହାବ୍ୟତୀତ ରାଜ୍ୟରେ ହସ୍ତଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ୧୨ ଅନୁଷ୍ଠାନ ମେଳା ପରିସରରେ ଲାଇଭ୍‌ ଡେମୋ ପ୍ରଦର୍ଶନ କରିବେ। ଚଳିତବର୍ଷ ମେଳା ପରିସରରେ ମୋଟ ୩୮୦ ଷ୍ଟଲ୍‌ ଖୋଲିବାକୁ ଥିବାବେଳେ ୪୦ ଷ୍ଟଲ୍‌କୁ ନେଇ ଫୁଡ୍‌କୋର୍ଟ କରାଯିବ। ରାଜ୍ୟର ନାମୀଦାମୀ ହୋଟେଲଗୁଡ଼ିକ ଦ୍ୱାରା ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ବିଭିନ୍ନ ଦେଶୀ ବିଦେଶୀ ଖାଦ୍ୟ ଉପଲବ୍ଧ ହେବ। ଏନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ମନ୍ତ୍ରୀ ଦିଆନ କହିଥିଲେ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ମେଳା ପରିସର ଏବଂ ପ୍ୟାଭିଲିୟନ୍‌ର ସାଜସଜ୍ଜା କରାଯିବ। ମେଳାର ମଧ୍ୟଭାଗରେ ‘କଳିଙ୍ଗ ତନ୍ତୁକୃତି’ ବିଷୟବସ୍ତୁକୁ ନେଇ ପ୍ୟାଭିଲିୟନ ପ୍ରସ୍ତୁତ ହେବ। ଚଳିତବର୍ଷ ମେଳା ଆୟୋଜନ ପାଇଁ ବିଭାଗ ପକ୍ଷରୁ ୩.୫୯କୋଟି ଟଙ୍କାର ବଜେଟ ରଖାଯାଇଛି। ୨୦୧୮ରେ ୨୦.୮୨ କୋଟି ଟଙ୍କାର ବିକ୍ରିବଟା ହୋଇଥିବାବେଳେ ଏଥର ୨୧.୫୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି। ୨୨ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଏଥର ମେଳା ବୁଲିବାକୁ ଆସିବେ ବୋଲି ବିଭାଗ ଆକଳନ କରିଛି। ୧୩ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଚଳିତବର୍ଷ ବଲିଉଡ୍‌ର ଲୋକପ୍ରିୟ ଗାୟିକା ପ୍ରତିଭା ସିଂ ଭାଗଲେ ଏବଂ ଅମନ ତିର୍ଖ ତୋଷାଳିର ମୁଖ୍ୟ ଆକର୍ଷଣ ରହିବେ। ମେଳା ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହ ଏ.ଟି.ଏମ୍‌. ସେବା, ପ୍ରତ୍ୟେକ ଷ୍ଟଲ୍‌ରେ ପିଓଏସ୍‌ ମେଶିନ୍‌, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର, ଆମ୍ବୁଲାନ୍ସ, ଅଗ୍ନିଶମ ବ୍ୟବସ୍ଥା, ଆଶୁ ଚିକିତ୍ସା କେନ୍ଦ୍ର, ଛୋଟ ପିଲାଙ୍କ ଖେଳିବା ପାଇଁ ପ୍ଲେ-ଜୋନ୍‌ ଆଦିର ବ୍ୟବସ୍ଥା କରାଯିବ। ଚଳିତବର୍ଷ ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଇଥିବାବେଳେ ଦୃଷ୍ଟିହୀନମାନଙ୍କ ପାଇଁ ମେଳା ସମ୍ପର୍କିତ ସମସ୍ତ ବିବରଣୀ ବ୍ରେଲି ଅକ୍ଷରରେ ଛପାଯାଇ ବଣ୍ଟନ କରାଯିବ। ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ୪ଟି ସେଲ୍‌ଫି ଜୋନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଏହା ଖୋଲାରହିବ। ଉଦ୍‌ଘାଟନୀ ସମାରୋହରେ ୨୦୧୯ ମସିହା ନିମନ୍ତେ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ ସହ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନୀତିନ୍‌ ଚନ୍ଦ୍ର, ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବସନ୍ତ ଦାସ, ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ଯୁଗ୍ମସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri