Categories: ବାଣିଜ୍ୟ

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ ଦେଇଛନ୍ତି। ଡିସେମ୍ବର ପହିଲାରେ ଏହା ଲାଗୁ ହେବ ବୋଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ଫାଷ୍ଟାଗ ଲାଭ କରିବା ପାଇଁ ଲୋକଙ୍କୁ ଅଧିକ ସମୟ ଦେବା ପ୍ରସଙ୍ଗକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Share