Categories: ଜାତୀୟ

ଡିସେମ୍ବର ୧୬ରେ ଉନ୍ନାଓ ବଳାତ୍କାର ଘଟଣାର ହୋଇପାରେ ଶୁଣାଣି

ଉନ୍ନାଓ,୧୦।୧୨: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି କରି ତିସ ହଜାରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ଡିସେମ୍ବର ୧୬ରେ କରାଯିବ ବୋଲି ସୂଚନା ମିଳିଛି। ଉକ୍ତ ଦିନ ଏହି ମାମଲାରେ ବିଧାୟକ କୁଲଦୀପ ସେନ୍‌ଗର ଓ ଶଶି ସିଂହଙ୍କ ଉପରେ କୋର୍ଟ ଶୁଣାଣି କରିବେ। ଯଦି ଏହି ମାମଲାରେ କୁଲଦୀପ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇପାରେ। ହାଇଦ୍ରାବାଦ ଏନ୍‌କାଉଣ୍ଟର ପରେ ବଳାତ୍କାର ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର ଶୁଣାଣି କରାଯାଉଥିବା ଲକ୍ଷ୍ୟ କରାଯାଇଛି।

Share