Categories: ଜାତୀୟ

ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବି ରହିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବି ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା କଥା ଆଲୋଚନା ହେଉଥିବା ବେଳେ ଶୁକ୍ରବାର ଉକ୍ତ କୋର୍ଟରେ ଏମାନଙ୍କ ଡେଥ୍‌ ଓ୍ବାରେଣ୍ଟକୁ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଉକ୍ତ ମାମଲାର ଜଣେ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏହାପରେ ଯାଇ ମାମଲାର ଶୁଣାଣି କରାଯିବ। ତେବେ ଏହାର ଶୁଣାଣି ଆସନ୍ତା ୧୮ ତାରିଖ ଦିନ ୨ଟାରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାପରେ ନିର୍ଭୟାଙ୍କ ମା’ କହିଛନ୍ତି ଦୀର୍ଘ ୭ ବର୍ଷ ହେବ ସେ ଫାଶୀ ଦଣ୍ଡକୁ ଅପେକ୍ଷା ରଖିଛନ୍ତି ଆଉ ଶେଷରେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ। ଯେତେଦୂର ଯିବାକୁ ହେଲେ ମଧ୍ୟ ସେ କେବେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି। ନିର୍ଭୟାଙ୍କ ମାତାମିତା ଉଭୟ କହିଛନ୍ତି ଆସନ୍ତା ୧୮ ତାରିଖରେ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ।

Share