Categories: ଜାତୀୟ

ଡିସେମ୍ବର ୧ ପୂର୍ବରୁ ସରକାର ଗଢିବ ଶିବସେନା: ସଞ୍ଜୟ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଏବେ ଶିବସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିବାକୁ ନେଇ ଆଶବାଦୀ ଥିବା ଶିବସେନା ଆସନ୍ତା ଡିସେମ୍ବର ୧ ପୂର୍ବରୁ ସରକାର ଗଢିବ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଉ ସବୁଦଳ(ଶିବସେନା, ଏନ୍‌ସିପି, କଂଗ୍ରେସ) ସହ ମୁମ୍ବାଇରେ ଏକ ବୈଠକର ଆୟୋଜନ କରାଯିବ। ଏହାପରେ ଡିସେମ୍ବର ୧ ପୂର୍ବରୁ ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାର ଗଠନ କରାଯିବ। ସୂଚନାଯୋଗ୍ୟ, ଗତ ଅକ୍ଟୋବରରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ଏଠାରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ସରକାର ଗଠନରେ ବିଳମ୍ବ ହୋଇଥିଲା। ଅନ୍ୟପଟେ ମୁଖ୍ୟ ମେଣ୍ଟ ଦଳଭାବେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଅଡୁଆ ଛିଡି ନ ପାରିବାରୁ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନକୁ ନେଇ ତୁତୁମେମେ ଲାଗି ରହିଥିଲା।

Share